Odisha Link
Bridging the Missing Links in Odisha

ସିରମ ଟିକାକୁ ବିଶ୍ୱରେ ଅନୁମତି ଦେଲା WHO

ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟର କରୋନା ଟିକାକୁ ସାରା ବିଶ୍ୱରେ ପ୍ରଦାନ କରାଯିବ। ଏଥିପାଇଁ ସିରମ ଇନଷ୍ଟିଚ୍ୟୁଟର ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ପ୍ରଦାନ କରିଛି। ତେବେ ଆଷ୍ଟ୍ରାଜେନିକା ଟିକାକୁ ଅନୁମତି ଦେବା ପୂର୍ବରୁ ଟିକାର ଗୁଣବତ୍ତା ଓ ମାନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସ ୧୬ ତାରିଖରୁ ସମଗ୍ର ଭାରତରେ ଟିକାକରଣର ଶୁଭାରମ୍ଭ କରାଯାଇଥିଲା। ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକାକୁ ଡିସିଜିଆଇ ଅନୁମତି ପ୍ରଦାନ କରିଥିଲା। କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା। ଜାନୁଆରୀ ୧୬ ତାରିଖରୁ ପ୍ରଥମ ଡୋଜ୍‌ କରୋନାଟିକା ପ୍ରଦାନ କରାଯାଇଥିବା ବେଳେ ଗତକାଲି ଡାରୁ ଦ୍ବିତୀୟ ଡୋଜ୍‌ କରୋନାଟିକା ପ୍ରଦାନ ଆରମ୍ଭ କରାଯାଇଛି।

Comments are closed.