Odisha Link
Bridging the Missing Links in Odisha

ଆତ୍ମହତ୍ୟା କଲେ ବଲିଉଡ କଳାକାର ସନ୍ଦୀପ ନାହାର: ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କରିଥିଲେ ଭିଡିଓ

ମୁମ୍ବାଇ: ବଲିଉଡ଼ରେ ପୁଣି ଶୋକର ଛାୟା ଖେଳି ଯାଇଛି। କଳାକାର ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି।
ସେ ଭିଡ଼ିଓରେ କହିଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ, ତାଙ୍କ ମୃତ୍ୟୁ ପାଇଁ ପରିବାରର କେହି ବି ସଦସ୍ୟ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି ।ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ।

ଏବେ ସନ୍ଦୀପଙ୍କ ମୃତଦେହ ମୁମ୍ବାଇର ଗୋରେଗାଓଁ ବାସଭବନରୁ ଉଦ୍ଧାର କରାଯାଇଛି । ମୁମ୍ବାଇ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଉଲ୍ଲେଖଯୋଗ୍ୟ, ‘ଏମ୍‌ ଏସ୍ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’ରେ ସନ୍ଦୀପ ନହର ଧୋନୀଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିଲେ। ତାଙ୍କୁ ଅକ୍ଷୟ କୁମାରଙ୍କ ‘କେଶରୀ’ ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା।

Comments are closed.