Odisha Link
Bridging the Missing Links in Odisha

ଓଲଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ମୋହନା : ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ। ଦୁର୍ଘଟଣାରେ ଦୁଇ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

ପ୍ରକାଶ ଯେ , ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା କଙ୍କଡାଗୁଡା ନିକଟରେ ବରଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରକ୍‌ଟି ରାସ୍ତା ପାର୍ଶ୍ବକୁ ଓଲଟିପଡିଛି । ଫଳରେ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ଚନ୍ଦ୍ରଗିରି ଅଞ୍ଚଳରୁ ଆର୍‌. ଉଦୟଗିରି ଅଞ୍ଚଳକୁ ବରଯାତ୍ରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏବେ ବି ଅନେକ ଯାତ୍ରୀ ଟ୍ରକ୍ ତଳେ ଚାପିହୋଇ ରହିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

Comments are closed.