Odisha Link
Bridging the Missing Links in Odisha

ବିଏମ୍‌ସି ଘେରିଲେ ବସ୍ତି ସୁରକ୍ଷା ମଞ୍ଚ

ଭୁବନେଶ୍ୱର: ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଘେରିଲା ବସ୍ତି ସୁରକ୍ଷା ମଞ୍ଚ। ୧୦ଦଫା ଦାବି ନେଇ ବିଏମ୍‌ସି ଘେରିଛନ୍ତି ବସ୍ତିବାସ୍ତିନ୍ଦା। ସରକାର ବସ୍ତିମୁକ୍ତ ସହର ଘୋଷଣା କରୁଥିବା ବେଳେ ବସ୍ତି ଭାଙ୍ଗି ନୂଆ ନୂଆ ବସ୍ତି ଗଢୁଥିବାର ଅଭିଯୋଗ କରିଛି ବସ୍ତି ସୁରକ୍ଷା ମଞ୍ଚ। ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରୁ ଆସିଥିବା ବସ୍ତିବାସିନ୍ଦା ଆଜି ଆନ୍ଦୋଳନ କରିଛନ୍ତି।

ତୁରନ୍ତ ସେମାନଙ୍କ ଦାବି ଶୁଣିବା ସହ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ସେମାନଙ୍କ ସମସ୍ୟାର ସମାଧାନ ନହୁଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.