Odisha Link
Bridging the Missing Links in Odisha

ବିବାହରେ ଅଭିନବ ପଦକ୍ଷେପ ପାଇଁ ଚର୍ଚ୍ଚାରେ ଦିୟା, ଜାଣନ୍ତୁ କଣ…

ମୁମ୍ବାଇ: ବଲିଉଡ ଡିଭା ଦିୟା ମିର୍ଜା ନିକଟରେ ବୈଭବ ରେଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ମୁମ୍ବାଇରେ ଦିୟାଙ୍କ ଘରେ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ଓ କିଛି ନିକଟ ବନ୍ଧୁ ସାମିଲ ହୋଇଥିଲେ। ବିବାହରେ ଦିୟାଙ୍କ ଅଭିନବ ପଦକ୍ଷେପକୁ ନେଇ ଲୋକେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି। ଦିୟା ସବୁବେଳେ ମହିଳାଙ୍କ ଅଧିକାର ପାଇଁ ଛିଡା ଲଡନ୍ତି।

ଦିୟାଙ୍କ ବାହାଘର ଜଣେ ମହିଳା ପଣ୍ଡିତଙ୍କୁ କରିଛନ୍ତି। ଦିୟା ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି। ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ଦିୟାଙ୍କର ବହୁତ ପ୍ରଶଂସା ହେଉଛି।

ଦିୟା ସୋସିଆଲ ମିଡ଼ିଆରେ ମହିଳା ପଣ୍ଡିତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଶିଳା ଅଟ୍ଟା ଆମ ବାହାଘର କରିଥିବାରୁ ତାଙ୍କୁ ଧନ୍ୟବାଦ ବୋଲି ସେ ଲେଖିଛନ୍ତି। ସେ କହିଛନ୍ତି ଆମେ ମିଶି Generation Equality କୁ ଆଗକୁ ବଢ଼ିଥିବାରୁ ସେ ଗର୍ବିତ।

ଦିୟା ବୈଭବଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ବାହାଘର ବହୁତ ସାଧାରଣ ତରିକାରେ ହୋଇଥିଲା। ବାହାଘର ପରେ ଦିୟା କିଛି ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି, “ଲଭ୍ ଏକ ଫୁଲ୍ ସର୍କଲ୍, ଯାହାକୁ ଆମେ ଘର ବୋଲି କହୁ। ଘରର କବାଟ ଖଟ୍ ଖଟ୍ କଲେ ଶବ୍ଦ ଶୁଣି ଆପଣ ଯେତେବେଳେ କବାଟ ଖୋଲନ୍ତି ଆପଣଙ୍କ ପ୍ରେମ ସହ ଆପଣଙ୍କ ଦେଖାହୁଏ।”

Comments are closed.