Odisha Link
Bridging the Missing Links in Odisha

GST ଠକେଇ ଅଭିଯୋଗରେ ଏକ ଟ୍ରକ ଉପରେ ଏନଫୋର୍ସମେଣ୍ଟରେଞ୍ଜ ଚଢ଼ାଉ

ଭବାନୀପାଟଣା: ଭବାନୀପାଟଣା ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ଭବାନୀପାଟଣା ଏନଫୋର୍ସମେଣ୍ଟରେଞ୍ଜ ପକ୍ଷରୁ ଚଢଉ କରାଯାଇଥିଲା। ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରାଯାଇଛି।

ପ୍ରକାଶ ଯେ, ପଞ୍ଜାବ ରାଜ୍ୟର ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସମିଲ ମେସିନାରୀ ସରଞ୍ଜାମ ଆସୁଥିଲା। ଏହି ସାମଗ୍ରୀ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚଆରଫୁଡ୍ସ ରାଇସମିଲକୁ ଆସୁଥିଲା। ସାମଗ୍ରୀର ଜିଏସଟି ବିଲ ଓ ଇ- ୱେବିଲ ନ ଥିଲା।

ଗତକାଲି ରାତିରେ ଖବର ପାଇ ଭବାନୀପାଟଣା ସହର ନୀକଟସ୍ଥ ରିଷି ଗାଁ ନିକଟରେ ଚଢଉ କରାଯାଇଥିଲା। ଟ୍ରକ ଓ ଟ୍ରକ ଡ୍ରାଇଭର ବିରେନ୍ଦ୍ର ସିଂଙ୍କୁ ଭବାନୀପାଟଣା ସିଟିଓ କାର୍ଯ୍ୟାଳୟକୁ ଅଣା ଯାଇଥିଛି। ଏହି ଚଢାଉରେ ଭବାନୀପାଟଣା ବାଣିଜ୍ୟକର ଓ ଜିଏସଟି ଡେପୁଟି କମିଶନର ତପନ କୁମାର ପାଢୀ ଓ ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ ସାମିଲ ହୋଇଥିଲେ।

Comments are closed.