Odisha Link
Bridging the Missing Links in Odisha

ସୀମା ସୁରକ୍ଷାରେ ସରକାର ବିଫଳ: ନିରଞ୍ଜନ

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶା ସୀମା କୋଟିଆ ବିବାଦ ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ।

ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଞ୍ଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି। ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ସଭାପତି ନିରଞ୍ଜନପଟ୍ଟନାୟକ କହିଛନ୍ତି। ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ବିବାଦୀୟ ହୋଇ ରହିଛି।

ଏହି ବିବାଦର ବର୍ତମାନ ସ୍ଥିତି କ’ଣ ଓ ରାଜ୍ୟ ସରକାର ଏହି ବିବାଦର ସମାଧାନ ଦିଗରେ କ’ଣ କରିଛନ୍ତି ଓ କରିବାକୁ ଯାଉଛନ୍ତି, ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାନ୍ତୁ ବୋଲି କଂଗ୍ରେସ ଦାବି କରିଛି।

Comments are closed.