Odisha Link
Bridging the Missing Links in Odisha

ରାଜ୍ୟର ୯ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ହେବ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତମାନେ ପୂର୍ବାନୁମାନ କରିଛନ୍ତି । ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ।

ବର୍ଷା ପ୍ରଭାବରେ ଦୁଇଦିନ ପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ପୂର୍ବ ଭଳି ଗରମ ହେବନି । ସାମାନ୍ୟ ଶୀତ ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ୱାସ ପୂର୍ବାନୁମାନ କରିଛନ୍ତି।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଶନିବାର ରାଜ୍ୟରେ ଖରାଟିଆ ପାଗ ରହିବ । ଉତ୍ତର ଓ ଦକ୍ଷିଣ ଉପକୂଳର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ୨୧ରୁ ଧୀରେ ଧୀରେ ତାପମାତ୍ରା ବଢ଼ିବ।

Comments are closed.