Odisha Link
Bridging the Missing Links in Odisha

ପୁଣି ଉପର ମୁହାଁ ତୈଳ ଦର

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦାମ୍‌। ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି। ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ଟପି ସାରିଲାଣି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢ଼ିଛି। ସେହିପରି ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଁଚିଛି। ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ଟଙ୍କା ବାକି ଅଛି। ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି।

ସେହିପରି ଡିଜେଲ ଦର ୮୮.୦୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ୯୨.୫୯ ଏବଂ ଡିଜେଲ ୮୫.୯୮ ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ ୯୧.୭୮ଟଙ୍କା ଓ ଡିଜେଲ ୮୪.୫୬ ଟଙ୍କା, ବେଙ୍ଗାଳୁରୁରେ ପେଟ୍ରୋଲ ୯୩.୬୧ ଟଙ୍କା, ଡିଜେଲ ୮୫.୮୪ ଟଙ୍କା ରହିଛି।

Comments are closed.