Odisha Link
Bridging the Missing Links in Odisha

କଟକରେ ନକଲି ସିମେଣ୍ଟ ଜବତ

କଟକ: ପୁଣି କଟକରୁ ନକଲି କାରଖାନ ଠାବ। ନକଲି ସିମେଣ୍ଟ କାରଖାନାର ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ ମଧ୍ୟ କରାଯାଇଛି। ପ୍ରକାଶ ଯେ, କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି।

ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେଧଡ଼କ ବେପାର ଚାଲିଥିଲା । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୁଲିସ କଡ଼ା ନଜର ରଖିଥିଲା। ଆଜି ଉକ୍ତ କାରଖାନରେ ଚଢାଉ କରିଛି କମିଶନରେଟ୍‌ ପୋଲିସ।

ଚଢାଉ ସମୟରେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଛାନ୍‌ଭିନ୍‌ ଜାରି ରଖିଛି କମିଶନରେଟ୍ ପୁଲିସ।