Odisha Link
Bridging the Missing Links in Odisha

ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବିନିକା: ବିଲରୁ ଦୁଇ ପାଦବିହୀନ ଅର୍ଦ୍ଧଦଗ୍ଧ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର। ମୃତ ଦେହର କିଛି ଦୁରରେ ଡ୍ରେସ୍‌, ଚପଲ, ବ୍ୟାଗ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ଥିବା ସୂଚନା ମିଳିଛି।

ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ତୁଲୁଣ୍ଡିପାଲି ଗାଁ ନିକଟ ବିଲରେ ଦେଖିବାକୁ ମିଳିଛି। ଦୁଇପାଦବିହୀନ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରକାଶ ଯେ , ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନାଗପାଲି ଗ୍ରାମପଞ୍ଚାୟତର ତୁଲୁଣ୍ଡୁପାଲି ଗାଁର ବିଲରେ ପଡ଼ିଛି ଜଣେ ଯୁବତୀଙ୍କ ଦୁଇ ପାଦବିହୀନ ଅର୍ଦ୍ଧଦଗ୍ଧ ଶବ। ଉକ୍ତ ଯୁବତୀଙ୍କ ସହ କେହି ଦୁଷ୍କର୍ମ କରି ନା ହତ୍ୟା କରି କେହି ବିଲରେ ଫିଙ୍ଗି ଦେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଶବର ଶହେ ମିଟର ଦୂରରେ ଏକ ବ୍ୟାଗ,ବାସନ ଏବଂ ଚପଲ ପଡ଼ିରହିଛିI ଏହାର କାରଣ ବି ଅସ୍ପଷ୍ଟ ରହିଛି।
ଖବରପାଇ ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛିI ଏ ପର୍ଯ୍ୟନ୍ତ ଯୁବତୀଙ୍କର ପରିଚୟ ମିଳିପାରିନାହିଁI

Comments are closed.