Odisha Link
Bridging the Missing Links in Odisha

ପଥର ଖାଦାନରେ ବିସ୍ଫୋରଣ, ୬ ଶ୍ରମିକ ମୃତ

ବେଙ୍ଗାଲୁରୁ: ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ପୋରଣରେ ୬ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ଓ ଅନେକ ଶ୍ରମିକ ଗୁରୁତର ହୋଇଥିବା ସୂଚନାମିଳିଛି। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ।

ପ୍ରକାଶ ଯେ, ପଥର ଫଟାଇବା ପାଇଁ ଥିବା ଜିଲେଟିନ ଷ୍ଟିକକୁ ସ୍ଥାନାନ୍ତର କରାଯାଉଥିବାବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ଖାଦାନରେ କାମ କରୁଥିବା ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି।

ମୃତଦେହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଯାଇଥିବାରୁ ଚିହ୍ନିବା ସମ୍ଭବ ହେଉନାହିଁ। ପଥର ଲୋଡିଂ ପାଇଁ ଖଣିକୁ ଆସିଥିବା ଟ୍ରକ ଡ୍ରାଇଭର ଓ ଅନ୍ୟ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.