Odisha Link
Bridging the Missing Links in Odisha

ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ : ଗଣଶିକ୍ଷା ମନ୍ତ୍ରୀ ସମୀର

ଭୁବନେଶ୍ୱର: ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ  । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ର, ଗୁଜରାଟ ଭଳି କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଶ କରି  ଏପରି ନିଷ୍ପତ୍ତି ନିଆଯାଇଛି।

ପ୍ରକାଶ ଯେ, କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି। କୋଭିଡ-୧୯ ଗାଇଡଲାଇନ୍ ପାଳନ କରିବା ନେଇ ଗତକାଲି ଅତିରିକ୍ତ ଶାସନ ସଚିବ ସମସ୍ତ ଡିଇଓମାନଙ୍କୁ ଚିଠି ଲେଖିଥିଲେ।

କୋଭିଡ-୧୯ ଗାଇଡଲାଇନ ମାନିବା ପାଇଁ ସମସ୍ତ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍କୁଲରେ ପାଠପଢ଼ା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି। ଏସଆରସି ଜାରି କରିଥିବା ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ କୁହାଯାଇଛି ।

କଟକଣା ନ ମାନିଳେ ନିୟମ ଅନୁଯାୟୀ ଦଣ୍ଡବିଧାନ କରାଯିବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଥର୍ମାଲ ସ୍କ୍ରିନିଂ, ହାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି।

ରାଜ୍ୟରେ କରୋନା କୋପ କମିବା ପରେ ଦୀର୍ଘ ୯ ମାସ ପରେ ଜାନୁଆରୀ ମାସରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ୍ ଯିବାକୁ ଅନୁମତି ମିଳିଥିଲା। ପରେ ପରେ ନବମ, ଏକାଦଶ ସହିତ  ଅଙ୍ଗନବାଡ଼ି ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା।

Comments are closed.