Odisha Link
Bridging the Missing Links in Odisha

‘ଯାହାକୁ ତେଲ ଦର ବାଧୁଛି, ସେ ସାଇକେଲ ଚଲାଉ’

ଭୁବନେଶ‌୍ବର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଯାହାରି ଫଳରେ ଦେଶରେ ଅନ୍ୟ ସାମଗ୍ରୀର ଦର ଦାମ୍‌ ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ସୂଚନାଥାଉକି, ଏହାପୂର୍ବରୁ ମଧ୍ୟ ତୈଳ ଦର ବୃଦ୍ଧିକୁ ନେଇ ବିବାଦୀୟ ବୟାନ ଦେଇଥିଲେ ବିଧାୟକ ବିଷ୍ଣୁ।

ବିଷ୍ଣୁଙ୍କୁ ତୈଳ ଦର ବୃଦ୍ଧି ନେଇ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ। ଏହି ପ୍ରଶ‌୍ନର ଉତ୍ତରରେ ସେ କହିଥିଲେ ଯେ, ତେଲ ଦରରେ ଆଦାୟ ହେଉଥିବା ଅର୍ଥ ଲୋକଙ୍କ ବିକାଶରେ ବିନିଯୋଗ ହେଉଛି। ତେଲ ଦର କମୁ। ଆବଶ୍ୟକ ପଡ଼ିଲେ ବଢ଼ୁ। ମୋତେ ତେଲ ଦର ବାଧୁ ନାହିଁ ବୋଲି ବିଷ୍ଣୁ ସେଠୀ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ତେଲ ଦର ବୃଦ୍ଧିରେ ସାଧାରଣ ଲୋକ କାନ୍ଦୁନାହାଁନ୍ତି। ସାଧାରଣ ଲୋକ ବିଲକୁ ଯାଉଛନ୍ତି। ଯାହାକୁ ବାଧୁଛି ସେ ସାଇକେଲ ଚଳାଅ ବୋଲି ବିଷ୍ଣୁ ସେଠୀ କହିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed.