ଆୟକର ଜାଲରେ ଅଭିନେତ୍ରୀ ତାପସୀ ଓ ନିର୍ଦ୍ଦେଶକ ଅନୁରାଗ

ମୁମ୍ବାଇ: ଆୟକର ଜାଲରେ ପଡ଼ିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ବିକାଶ ବେହଲ। ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ।
ପୁଣି ବଢ଼ିଲା ବଲିଉଡରେ ଅଡୁଆ। ଆୟକର ଜାଲରେ ଛନ୍ଦି ହେଲେଅଭିନେତ୍ରୀ, । ଏହି ରେଡ୍ ହୋଇଛି। କେବଳ ସେତିକି ନୁହେଁ ମଧୁ ମନଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘କ୍ୱାନ’ ଅଫିସରେ ମଧ୍ୟ ଚଢ଼ାଉ ହୋଇଛି।
Income Tax raids underway at the properties of film director Anurag Kashyap and actor Taapsee Pannu in Mumbai: Income Tax Department
— ANI (@ANI) March 3, 2021
ପ୍ରକାଶ ଯେ, ଫ୍ୟାଣ୍ଟମ ସିନେମାରେ ହୋଇଥିବା ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ତେବେ ଏହି ମାମଲାରେ ଆହୁରି ବଡ ବଡ ସେଲେବ୍ରିଟି ମାନଙ୍କ ନାଁ ସାମିଲ ଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଆୟକର ବିଭାଗ ଖୋଲତାଡ ଜରି ରଖିଛି।
ଫ୍ୟାଣ୍ଟମ ସିନେମା ବ୍ୟତୀତ ଏହି ମାମଲାର ଆହୁରି ୩ଟି ଅନ୍ୟ କାର୍ଯ୍ୟାଳୟ ମଧ୍ୟ ସାମିଲ ଅଛି। ୨୦୧୧ରେ ଅନୁରାଗ କାଶ୍ୟପ, ମଧୁ ମଣ୍ଟେନା, ବିକ୍ରମଦିତ୍ୟ ମୋଟୱାନେ ଏବଂ ବିକାଶ ବାହଲଙ୍କ ଦ୍ୱାରା ଫାଣ୍ଟମ ସିନେମା ପ୍ରତିଷ୍ଠା କରାଯାଇଥିଲା। ତେବେ କୌଣସି କାରଣ ବଶତଃ ଅକ୍ଟୋବର ୨୦୧୮ରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା।
Comments are closed.