Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ ଇଭିଏମ ଓ ଭିଭିପ୍ୟାଟ ପ୍ରସ୍ତୁତ: ସିଇଓ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ଅବଶ୍ୟକ ଇଭିଏମ ଓ ଭିଭିପ୍ୟାଟ ଆସିସାରିଛି। ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ପ୍ରସ୍ତୁତି ସରିଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଛୁ। ମତଦାନ କେନ୍ଦ୍ରଗୁଡିକ ଚିହ୍ନଟ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି।

କୋଭିଡ୍ ପାଇଁ ପ୍ରତି ବୁଥରେ ମାତ୍ର ୧୦୦୦ ଜଣ ଭୋଟ୍ ଦେବେ। ଇଭିଏମ ଅଧିକାରୀମାନଙ୍କ ଟ୍ରେନିଂ ଶେଷ ହୋଇଛି। ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣାକୁ ଆମେ ଅପେକ୍ଷା କରିଛୁ ।

ଅନ୍ୟପଟେ ପିପିଲି ନିର୍ବାଚନ ପୂର୍ବରୁ ସଫଳତାକୁ ନେଇ ଆକଳନ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପ୍ରମିଳ କହିଛନ୍ତି ଯେ, ସରପଞ୍ଚ ଉପ ନିର୍ବାଚନର କୌଣସି ପ୍ରଭାବ ପଡ଼ିବ ନାହିଁ। ପିପିଲିରେ ବିଜେଡି ପ୍ରାର୍ଥୀ ବିଜୟ ହାସଲ କରିବ। ଉପ-ନିର୍ବାଚନରେ ଆମେ ୪୦ରୁ ୫୦ ହଜାର ଭୋଟରେ ଜିତିବୁ। ବିଜେପି ସବୁବେଳେ କୁହେ ଜିତିବୁ, ମାତ୍ର କେଉଁଥର ଜିତି ପାରନ୍ତିନି।

Comments are closed.