Odisha Link
Bridging the Missing Links in Odisha

ରାଷ୍ଟ୍ରପତି ନେଲେ କରୋନା ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ସବୁଠାରୁ ବଡ଼ ଟିକା କରଣ ଅଭିଯାନ ଭାରତରେ ଚାଲୁ ରହିଛି। ଏହି କ୍ରମରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀମାନେ ଟିକା ନେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି କି ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କୋଭିଡ-୧୯ ଟିକାର ତୃତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (କେବଳ ବ୍ୟାଧି ପୀଡିତ) ୨,୦୮,୭୯୧ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ଓ ଅନ୍ୟମନ୍ତ୍ରୀ ମାନେ ଟିକା ନେବା ପରେ ଲୋକମାନଙ୍କର ଟିକା ପ୍ରତି ବିଶ୍ୱାସ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ପହିଲାରୁ କୋଭିଡ୍ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (କେବଳ ବ୍ୟାଧି ପୀଡିତ) ଙ୍କୁ ଟିକା ଦିଆଯାଉଛି। ଏହି ତୃତୀୟ ପର୍ଯ୍ୟାୟ ଟିକାକରଣରେ ୨୭ କୋଟି ଲୋକଙ୍କୁ ସାମିଲ କରାଯିବ ବୋଲି କୁହାଯାଇଛି।

କୋଭିଡ୍ ଟିକାକରଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ମିଶାଇ ୩ କୋଟି ଲୋକଙ୍କୁ ଟିକା ଦିଆଯାଇଥିଲା।

Comments are closed.