Odisha Link
Bridging the Missing Links in Odisha

କୋଟିଆ ପ୍ରସଙ୍ଗ: ଆଇନଗତ ସହାୟତ ମାଗିଲେ ସରକାର

ଭୁବନେଶ୍ବର: କୋଟିଆରେ ଆନ୍ଧ୍ରର ଜବରଦଖଲ ପ୍ରସଙ୍ଗରେ ଆଇନଗତ ସହାୟତ ଲୋଡ଼ିଛନ୍ତି ଓଡିଶା ସରକାର। କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହାୟତା ଲୋଡ଼ିଛନ୍ତି ସରକାର। ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧ କ୍ରମେ ଆଇନଗତ ସହାୟତା ଲୋଡ଼ିଛନ୍ତି।

ସମସ୍ତ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ଆଲୋଚନା କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଗୋଟିଏ ମାସର ମହଲତ ଦେଇଥିବା ବେଳେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ସହ ବିଚାରବିମର୍ଷ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ।

ରାଜ୍ୟର ବିଭିନ୍ନ ସୀମାରେ ଆନ୍ଧ୍ର ଅନୁପ୍ରବେଶ କରୁଛି । ରାସ୍ତାଘାଟ, ସ୍କୁଲ ଓ ସ୍ୱାସ୍ଥ୍ୟ ଶିବିର କରିବା ସହ ଗତମାସରେ କୋରାପୁଟ କୋଟିଆରେ ନିର୍ବାଚନ ମଧ୍ୟ କରାଇଛି। ସୀମା ବିବାଦ ସୁପ୍ରିମକୋର୍ଟରେ ରହିଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରି ଆନ୍ଧ୍ର ନିର୍ବାଚନ କରିଛି। ଯାହାକୁ ନେଇ ବିବାଦ ଆହୁରି ଉଗ୍ର ହୋଇଛି।

Comments are closed.