Odisha Link
Bridging the Missing Links in Odisha

ଗ୍ରାହକ ଗ୍ୟାସ ପାଇଁ ୩ଟି ଡିଲରଙ୍କ ପାଖରେ କରିପାରିବେ ବୁକିଂ

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଅଧିକରୁ ଅଧିକ ଗ୍ୟାସ ସଂଯୋଗ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଆଉ ୧ କୋଟି ମାଗଣା ଗ୍ୟାସ ସଂଯୋଗ ଦେବା ପାଇଁ ପ୍ରୟାସ କରାଯାଉଛି।

ଏଣିକି ଗ୍ରାହକ ଚାହିଁଲେ ୩ଟି ଡିଲରଙ୍କଠାରୁ ଏଲପିଜି ଅର୍ଡର କରିପାରିବେ। ଗ୍ୟାସ ସଂଯୋଗ ପାଇଁ ଲୋକଙ୍କୁ ଆଉ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ବିନା ପ୍ରମାଣ ପତ୍ରରେ ଲୋକଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିବ।

ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ସତ, କିନ୍ତୁ ସରକାରଙ୍କ କହିବା କଥା ହେଲା ଏବେ ଯେଉଁ ସବସିଡି ମିଳୁଛି, ସେଥିରେ ସଂଯୋଗ ବାଣ୍ଟିବାର କାମ ଆରାମରେ ହୋଇଯାଇପାରିବ।

Comments are closed.