ସାମାନ୍ୟ କଥାରୁ ସଂଘର୍ଷ, ଜଣେ ମୃତ

ପୁରୀ : ଝିମିଟି ଖେଳରୁ ମହାଭାରତ। ସାମାନ୍ୟ କଥାକୁ କେନ୍ଦ୍ର କରି ସଂଘର୍ଷ। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ସାଙ୍ଘାତିକ ଆହତ ହୋଇଛନ୍ତି।ଏହି ଘଟଣାଟି ନ୍ଦନପୁର ଥାନା ଅନ୍ତର୍ଗତ ମଧୁବନ ବାଲିଆ ଗାଁରେ ଘଟିଛି।
ମୃତକ ଜଣଙ୍କ ହେଲେ ଦାମ ସ୍ୱାଇଁ। ତାଙ୍କ ବୟସ ୪୫ ବର୍ଷ। ହତ୍ୟା ଅଭିଯୁକ୍ତ ଦୁଃଶାସନ ବାରିକି ମଧ୍ୟ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଗତରାତିରେ କୌଣସି କଥାକୁ ନେଇ ଦାମ ସ୍ୱାଇଁ, ଦୁଃଶାସନ ଓ ଅନ୍ୟମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରାତି ପ୍ରାୟ ୨ଟା ବେଳେ ଦାମ ସ୍ୱାଇଁ ଦୁଃଶାସନଙ୍କୁ ପିଟିବା ଲାଗି ଯାଇଥିଲେ। କିନ୍ତୁ, ଦୁଃଶାସନ ଏବଂ ତାଙ୍କର ସାଥୀମାନେ ମିଳିତ ଭାବେ ପାଲଟା ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦାମଙ୍କର ମୃତ୍ୟୁ ଘଟିଥିଲା।