Odisha Link
Bridging the Missing Links in Odisha

୨ଟି ହରିଣ ମୁଣ୍ଡ ଓ ଗୋଟିଏ ବାରହା ମୃତଦେହ ଉଦ୍ଧାର, ୨ ଗିରଫ

ଢେଙ୍କାନାଳ : ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ମାଂସ ବିକ୍ରି କରୁଥିବା ୨ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କଠୁ ୩ଟି ଦେଶୀ ବନ୍ଧୁକ ଜବତ କରିଥିବାବେଳେ ଦୁଇଟି ହରିଣ ମୁଣ୍ଡ ଓ ଗୋଟିଏ ବାରହାର ମୃତଦେହ ଜବତ କରାଯାଇଛି।

ଗିରଫ ଶିକାରୀ ଦୁଇ ଜଣ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶିର କ୍ଷେତ୍ରବାସୀ ପ୍ରଧାନ ଓ ନାଠୁଆ ଗ୍ରାମର ବରଜୁ ନାଏକ ବୋଲି ଜଣାପଡିଛି । ତେବେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।

ଢେଙ୍କାନାଳ ବନଖଣ୍ଡର ଷଢଙ୍ଗୀ ବନାଞ୍ଚଳର ରୁପାବଳିଆ ସଂରକ୍ଷିତ ଜଙ୍ଗଲରୁ ଏହି ଜଙ୍ଗଲୀ ପ୍ରାଣୀମାନଙ୍କୁ ଶିକାର କରି ସେମାନଙ୍କ ମାଂସ କାଟି ବିକ୍ରି କରୁଥିବା ବେଳେ ଖବର ପାଇ ବନ କର୍ମଚାରୀମାନେ ଚଢ଼ାଉ କରିଥିଲେ ।

Comments are closed.