ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ଆଗ୍ରା: ମହାଶିବରାତ୍ରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳୁ ସକାଳୁ ଜାତୀୟ ରାଜପଥରେ ଟ୍ରକ୍ ଓ ସ୍କୋପ୍ରିଓ ମୁହାଁମୁହିଁ ଧକ୍କା ହୋଇଛି। ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ଇଟମାଦପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସ୍କୋପ୍ରିଓରେ ବସିଥିବା ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଦୁଇଟି ଯାକ ଗାଡ଼ି ଜାତୀୟ ରାଜପଥ କଡ଼କୁ ଖସି ପଡ଼ିଛି। ସ୍ଥାନୀୟ ଲୋକ ଓ ପ୍ରଶାସନ ମୃତାହତଙ୍କୁ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ପୁଲିସ୍ର ସୂଚନା ମୁତାବକ, ଟ୍ରକ୍ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ ସ୍କୋପ୍ରିଓଟି ଝାରଖଣ୍ଡ ନମ୍ବରରେ ପଞ୍ଜୀକରଣ ହୋଇଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳି ନଥିବା ପୁଲିସ୍ କହିଛି।