Odisha Link
Bridging the Missing Links in Odisha

ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଗିରଫ

କାମାକ୍ଷାନଗର: ରାଜ୍ୟର ବିଭିନ୍ନ ଜଙ୍ଗଲ ଏବେ ଜଳୁଛି। ଜଙ୍ଗଲରେ ନିଆଁ ନେଇ ଚିନ୍ତାରେ ରାଜ୍ୟବାସୀ। ଏହାରି ମଧ୍ୟରେ ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ନେଇ ବନ ବିଭାଗ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ କଙ୍କଡାହାଡ଼ ଥାନା ମାଣ୍ଡିଆପଡା ଗାଁର ହୃଦାନନ୍ଦ ସିଂହ, ତେଲକୋଇ ଥାନା ରେକୁଟି ଗାଁର ସହଦେବ ବେହେରା ଓ ଅନିରୁଦ୍ଧ ବେହେରା। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ ସାହୁ ଓ ଟିମ୍ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛନ୍ତି।

ଅନ୍ୟପକ୍ଷରେ ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି। ଜଙ୍ଗଲ ନିଆଁ କିପରି ନ ଲାଗିବ ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି ଓ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ୱୟ ବୈଠକ ହୋଇଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଦୁଇଦିନ ପୁର୍ବରୁ ସମ୍ବଲପୁରର ବୁଢାରଜା ପାହାଡ଼ରେ ନିଆଁ ଲାଗିଥିଲା।

 

Comments are closed.