Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ

ଆଗ୍ରା: ମହାଶିବରାତ୍ରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ସକାଳୁ ସକାଳୁ ଜାତୀୟ ରାଜପଥରେ ଟ୍ରକ୍‌ ଓ ସ୍କୋପ୍ରିଓ ମୁହାଁମୁହିଁ ଧକ୍କା ହୋଇଛି। ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ଇଟମାଦପୁର ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା। ଏଥିରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ସ୍କୋପ୍ରିଓରେ ବସିଥିବା ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଦୁଇଟି ଯାକ ଗାଡ଼ି ଜାତୀୟ ରାଜପଥ କଡ଼କୁ ଖସି ପଡ଼ିଛି। ସ୍ଥାନୀୟ ଲୋକ ଓ ପ୍ରଶାସନ ମୃତାହତଙ୍କୁ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ପୁଲିସ୍‌ର ସୂଚନା ମୁତାବକ, ଟ୍ରକ୍‌ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ ସ୍କୋପ୍ରିଓଟି ଝାରଖଣ୍ଡ ନମ୍ବରରେ ପଞ୍ଜୀକରଣ ହୋଇଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳି ନଥିବା ପୁଲିସ୍‌ କହିଛି।

Comments are closed.