Odisha Link
Bridging the Missing Links in Odisha

ମହା ଶିବରାତ୍ରୀରେ ଆପଣାନ୍ତୁ ଏହି ଉପାୟ, ମିଳିବ ସୁଖ ଓ ସମୃଦ୍ଧି

ଭୁବନେଶ୍ୱର: ଆଜି ପବିତ୍ର ମହା ଶିବରାତ୍ରି। ସାରା ଦେଶରେ ମହା ଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସବୁ ଶୈବପୀଠ। ସନାତନ ଧର୍ମରେ ମହା ଶିବରାତ୍ରୀର ଅନେକ ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହା ଶିବରାତ୍ରି ପଡ଼ିଛି। ଆଜିର ଦିନରେ ଭକ୍ତ ମାନେ ଶିବଙ୍କୁ ଆରାଧନା କରିବା ସହ ବ୍ରତ ପାଳନ କରିଥାନ୍ତି।

ମହା ଶିବରାତ୍ରିରେ ଶ୍ରଦ୍ଧାଳୁ ଜାଗର ଜାଳିଥାନ୍ତି, ପୂଜାପାଠ ସହ ଜଳାଭିଷେକ ଓ ରୁଦ୍ରାଭିଷେକ କରି ବାବାଙ୍କ ଆରାଧନା କରିଥାନ୍ତି। ପୗେରାଣିକ କଥା ଅନୁଯାୟୀ ମହା ଶିବରାତ୍ରି ଭୋଳାନାଥଙ୍କୁ ଖୁବ୍ ପସନ୍ଦ। କାରଣ ଏହି ଦିନରେ ଶିବ ଓ ଶକ୍ତିଙ୍କ ମିଳନ ହୋଇଥାଏ। ମାତା ପାର୍ବତୀଙ୍କ ସହ ଭଗବାନ ଶିବଙ୍କର ବିବାହ ଅନୁଷ୍ଠିତ ହୋଇଥିଲା।

ମହା ଶିବରାତ୍ରୀର ମଧ୍ୟରାତ୍ରୀରେ ଶିବ ଓ ଶକ୍ତିଙ୍କ ପୂଜା କରିବାର ବିଧାନ ରହିଛି। ଲୋକକଥା ଅନୁଯାୟୀ ଏହି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରିବା ଉଚିତ୍। ଏଭଳି କରିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ଭଲ ରହିବା ସହ ଭୟରୁ ମୁକ୍ତି ମିଳିଥାଏ। ଏଥିସହ ଶିବଙ୍କର ଆଶିର୍ବାଦ ପ୍ରାପ୍ତ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ମହା ଶିବରାତ୍ରୀର ଶୁଭ ଦିନରେ ୪ ପ୍ରହରରେ ଏହି ୪ଟି ଜିନିଷରେ ଶିବଲିଙ୍ଗର ଅଭିଷେକ କରନ୍ତୁ। ପ୍ରଥମ ପ୍ରହରରେ ଗଙ୍ଗାଜଳ, ଦ୍ୱିତୀୟ ପ୍ରହରରେ କ୍ଷୀର, ତୃତୀୟ ପ୍ରହରରେ ଦହି ଓ ଅନ୍ତିମ ପ୍ରହରରେ ମହୁ ଓ ଗଙ୍ଗାଜଳ ଦ୍ୱାରା ଅଭିଷେକ କରନ୍ତୁ। ଏଭଳି କରିବା ଦ୍ୱାରା ଧନ ବୈଭବ ବୃଦ୍ଧି ହେବା ସଙ୍ଗେସଙ୍ଗେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ।

ମହା ଶିବରାତ୍ରୀରେ ସାରା ରାତି ଉଜାଗର ରହି ମନ୍ତ୍ର ଜପ କରନ୍ତୁ। କୁହାଯାଏ ଏହି ରାତିରେ ଶୋଇଲେ ଆପଣଙ୍କ ଭାଗ୍ୟ ମଧ୍ୟ ଶୋଇପଡେ। ଏଥିପାଇଁ ଜାଗରଣ କରୁଥିବା ବେଳେ ଶିବ ପୁରାଣ, ଶିବ ସ୍ତୁତି, ଭଜନ, କିର୍ତ୍ତନ ଆଦି ଜପ କରନ୍ତୁ। ଏଭଳି କରିବା ଦ୍ୱାରା ସୗେଭାଗ୍ୟ ବୃଦ୍ଧି ସହ ଉନ୍ନତି ହୋଇଥାଏ।

ଶିବରାତ୍ରୀ ଦିନ ମୁଖ୍ୟ କବାଟର ପୃଷ୍ଠଭାଗକୁ ହଳଦୀ ପାଣିରେ ଧୋଇବା ଉଚିତ୍। ଏଥିସହ ହଳଦୀରେ ସ୍ୱସ୍ତୀକ ଚିହ୍ନ ବନାଇବା ଉଚିତ୍। ରାତ୍ରୀ ସମୟରେ ଐଶାନ୍ୟ କୋଣରେ ଦୀପ ଜଳାଇ ଶିବ ଭଗବାନଙ୍କର ମନ୍ତ୍ର ଓ ବୀଜ ମନ୍ତ୍ର ଜପ କରନ୍ତୁ। ଏଭଳି କରିବା ଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ।

Comments are closed.