ନଦୀରେ ବୁଡ଼ି ୨ ନାବାଳକ ମୃତ

ଲମତାପୁଟ: ମାଛ ଧରିବା ସମୟରେ ନଦୀରେ ବୁଡି ୨ ନାବାଳକଙ୍କର ମୃତ୍ୟୁ ଘଟିଛି। ପାତାଳି ପଡେ଼ଇସିଙ୍ଗ ଘାଟରେ ବୁଡ଼ି ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକ ଉଭୟ ନାବାଳକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାଯୋଗ୍ୟ ଯେ, ଉଭୟ ନାବାଳକ ଆଜି ମାଛ ଧରିବାକୁ ନଦୀକୁ ଯାଇଥିଲେ। ତେବେ କୌଣସି କାରଣରୁ ଉଭୟ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଉଭୟ ନଫେରିବାରୁ ପରିବାର ଲୋକ ସେମାନଙ୍କୁ ଖୋଜିଥିଲେ। ପରେ ନଦୀରେ ଉଭୟଙ୍କ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇ ଉଦ୍ଧାର କରିଥିଲେ।