Odisha Link
Bridging the Missing Links in Odisha

ରାଉରକେଲା ପାଇଁ କୋହଳ ହେଲା କଟକଣା

ଭୁବନେଶ୍ବର: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିବା ପରେ ରାଉରକେଲା ପାଇଁ କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଠ ପକ୍ଷରୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ ଏୟାର କ୍ୱାଲିଟି ୫୨୬ ଥିଲାବେଳେ ଗତକାଲି ୩୪୨ ରହିଥିଲା। ଏକୁ୍ୟଆଇରେ ସୁଧାର ଆସିଥିବାରୁ ଗତକାଲି ଲଗାଯାଇଥିବା କଟକଣାକୁ କୋହଳ କରିବାକୁ ନିଦେ୍ର୍ଧଶ ଦିଆଯାଇଛି।

ଏଥିସହ ସହରକୁ ଭାରୀଯାନ ପ୍ରବେଶ କରିବାକୁ ଥିବାବେଳେ ରାସ୍ତାରେ ଜଳ ସିଞ୍ଚନ କରିବାକୁ ପରାମର୍ଶ ଦିଆଯାଇଛି। ଆପ୍ରୋଚରୋଡରେ ଜଳ ସିଞ୍ଚନ କରାଯାଇ ରେଲୱେ ଲୋଡିଂ ହୋଇପାରିବ। ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ି ପ୍ରତି ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଉରକେଲା ସହରକୁ ପଶୁଥିବା ସବୁ ମାଲଗାଡ଼ି ଡାଲାରେ ପାଲ ଘୋଡ଼ାଯିବ। ଗହଳି ଥିବା ରାସ୍ତା ଓ ନିର୍ମାଣ ସ୍ଥଳରେ ପର୍ଯ୍ୟାପ୍ତ ଜଳ ସିଞ୍ଚନ କରାଯିବ। ସ୍କୁଲ ଚାଲିପାରିବ। ମାତ୍ର କ୍ରୀଡ଼ା ପ୍ରତିଯୋଗିତା ନକରିବାକୁ ପରାମର୍ଶ ଦିଆଯାଇଛି। ସ୍ଥିତି ନସୁଧୁରିବା ଯାଏ ପ୍ରଦୂଷଣକାରୀ ଶିଳ୍ପ ପ୍ରତି କଟକଣା ଜାରି କରିବାକୁ ନିଦେ୍ର୍ଧଶ ଦିଆଯାଇଛି।

Comments are closed.