କାଶ୍ମୀର ଘାଟିରେ ସକ୍ରିୟ ଅଛନ୍ତି ଶତାଧିକ ଆତଙ୍କବାଦୀ: ଦିଲବାଗ୍ ସିଂ

ଶ୍ରୀନଗର: କାଶ୍ମୀର ଘାଟିରେ ବର୍ତ୍ତମାନ ପ୍ରାୟ ୨୦୦ରୁ ଅଧିକ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ଏଥିସହ ସୀମା ଆରପଟେ ଥିବା ଲଞ୍ଚ୍ ପ୍ୟାଡରେ ପ୍ରାୟ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଜମ୍ମୁ ଓ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ୍ ସିଂ କହିଛନ୍ତି।
ସେ କହିଛନ୍ତି ଯେ, ଭାରତରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିବାକୁ ପଡ଼ୋଶୀ ଦେଶର ଉଦ୍ୟମ ଜାରି ରହିଛି। କିନ୍ତୁ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ଭାରତୀୟ ସୁରକ୍ଷା ବାହିନୀ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଗତ ବର୍ଷ ପରି ଏବର୍ଷ ମଧ୍ୟ ଆତଙ୍କବାଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବ।
ଆସନ୍ତା ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏହି ସମ୍ପର୍କରେ ସେ କହିଛନ୍ତି ଯେ, ଏହି ଯାତ୍ରା ଯେପରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୁଏ ସେଥିପାଇଁ ପୁଲିସ ସବୁପ୍ରକାରର ପ୍ରସ୍ତୁତି କରିବ। କାଶ୍ମୀର ଘାଟିରେ ସେନାର ନିୟମିତ ଅପରେସନ କରାଯାଉଛି।