Odisha Link
Bridging the Missing Links in Odisha

ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ଏସବୁ ବ୍ୟାଙ୍କର ଚେକବୁକ୍, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଅଚଳ ହୋଇଯିବ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଚେକବୁକ୍। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଦେନା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ବିଜୟା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ, ସିଣ୍ଡିକେଟ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ବିଭିନ୍ନ ବୃହତ୍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ସମ୍ପୂର୍ଣ୍ଣ ହେବ। ଫଳରେ ଏପ୍ରିଲ ୧ରୁ ଏସବୁ ବ୍ୟାଙ୍କର ଚେକବୁକ, ଆଇଏଫଏସସି ଓ ଏମଆଇସିଆର କୋଡ ଅଚଳ ହୋଇଯିବ। ଏଥିସହ ଏସବୁ ବ୍ୟାଙ୍କଗୁଡ଼ିକର ବିଭିନ୍ନ ଅଞ୍ଚଳରେ ଥିବା ଶାଖାଗୁଡ଼ିକର ଠିକଣା ମଧ୍ୟ ବଦଳିଯିବ।

ଏସବୁ ବ୍ୟାଙ୍କର ଗ୍ରାହକମାନେ ମିଶ୍ରଣ ହୋଇଥିବା ବୃହତ ବ୍ୟାଙ୍କ ସହ ଯୋଗାଯୋଗ କରି ନୂଆ ଚେକବୁକ, ପାସବୁକ, ନୂଆ ଆଇଏଫଏସସି ଓ ଏମଆଇସିଆର କୋଡ ପାଇପାରିବେ। ଏଥିସହ ଗ୍ରାହକମାନେ ଏହି ବ୍ୟାଙ୍କକୁ ଯାଇ ନିଜର ଫୋନ ନଂ, ଠିକଣା, ନୋମିନି ନାମ ବଦଳାଇପାରିବେ।

ଅର୍ଥ ମନ୍ତ୍ରାଳୟ ପକ୍ଷରୁ ୨୦୧୯ ଅଗଷ୍ଟରେ ଘୋଷଣା ହୋଇଥିବା ବ୍ୟାଙ୍କ ମିଶ୍ରଣ ଯୋଜନା ଅନୁଯାୟୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ମିଶିବ। ଏଥିସହିତ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବାକୁ ଥିବାବେଳେ ଆଲ୍ଲାହାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ୍ ବ୍ୟାଙ୍କ ସହିତ ହେବ। ସେହିଭଳି ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ସହିତ ହେବ। ସେହିପରି ବ୍ୟାଙ୍କ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣ ହୋଇଛି।

Comments are closed.