ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଦୁଃଖରେ ଆତ୍ମହତ୍ୟା କଲା ବାପା

ସିଲଭାସା: ଏକ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲଭାସାରେ। ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଛି। ଅନ୍ୟପଟେ ଝିଅ ସହ ଏଭଳି ଘଟିଥିବାର ଖବର ଶୁଣିବା ପରେ ଦୁଃଖରେ ମିୟମ୍ରାଣ ହୋଇ ଝିଅର ବାପା ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି।
ସୂଚନା ମୁତାବକ, ନରୌଲି ବିସ୍ତାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ରହୁଥିବା ୩ ବର୍ଷର ଝିଅଟି ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ନିଖୋଜ ନେଇ ପୁଲିସରେ ମାମଲା ଦାୟର କରିଥିଲେ।
ମାତ୍ର ପଡ଼ିଶା ଘରେ ରହୁଥିବା ଏକ ଯୁବକ ଝିଅଟିକୁ ଦୁଷ୍କର୍ମ କରି ଛୁରୀରେ ହତ୍ୟା କରି ଏକ ବ୍ୟାଗରେ ଶବ ରଖି ଆପାର୍ଟମେଣ୍ଟ ଝରକା ବାହାରକୁ ଫିଙ୍ଗି ଦେଇଥିଲା। ଏହି ଖବର ଶୁଣିବା ପରେ ଦୁଃଖରେ ମିୟମ୍ରାଣ ହୋଇ ଝିଅର ବାପା ଫିନାଇଲ ପିଇ ଆତ୍ମହତ୍ୟା କରିଛନ୍ତି।