Odisha Link
Bridging the Missing Links in Odisha

ବିଜେପିରେ ମିଶ୍ରଣ ପର୍ବ

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଦେଓଗାଁ ମଣ୍ଡଳ ମଛାଳୋ ଗ୍ରାମପଞ୍ଚାୟତର ବର୍ତ୍ତମାନ ନିର୍ବାଚିତ ସମିତି ସଭ୍ୟ ତାପସ କୁମାର ଜେନା ଓ ୱାର୍ଡମେମ୍ବର ସନ୍ତୋଷ ଜେନା ବିଜେପିରେ ସାମିଲ ହୋଇଛନ୍ତି।

ସ୍ଥାନୀୟ ବିଜେଡି ବିଧାୟକଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ଏବଂ ଘସିପୁରା ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥ୍ୱୀରାଜ କୁଅଁରଙ୍କ କାର୍ଯ୍ୟଧାରାରେ ଆକର୍ଷିତ ହୋଇ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାଇଧର ଚନ୍ଦ୍ରାଙ୍କ ସହଯୋଗରେ ବିଜେଡି କର୍ମୀ ଶ୍ରୀଧର ଜେନା, ଅକ୍ଷୟ ଜେନା, ରବିନ୍ଦ୍ର ଜେନା, ବାପିନା ଜେନା, ଜିତୁ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଅନ୍ୟପଟେ ବିଜେପିର ବିକାଶ ଧାରାରେ ନିଜକୁ ସାମିଲ କରି ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ନେତାମାନେ କହିଛନ୍ତି।

Comments are closed.