Odisha Link
Bridging the Missing Links in Odisha

କରୋନା: ଏହି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ସଂକ୍ରମଣକୁ ଦୃଷ୍ଟିର ରଖି ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ଅହମଦାବାଦ, ସୁରଟ, ବଡ଼ୋଦରା ଏବଂ ରାଜକୋଟରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଯାଇଛି।

ପୂର୍ବରୁ ଏହି ୪ଟି ସହରରେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏବେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱରେ କରୋନା ଭାଇରସ୍ ଟାସ୍କଫୋର୍ସର କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପ୍ରଥମେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା। ହେଲେ ନାଇଟ କର୍ଫ୍ୟୁ ପରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣକୁ ନ ଆସିବାରୁ ଏବେ ଏହାର ଅବଧି ବଢ଼ାଇଛନ୍ତି ଗୁଜୁରାଟ ସରକାର। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ସୋମବାର ଦିନ ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ସହରର ଆଠଟି ୱାର୍ଡରେ ଥିବା ରେଷ୍ଟୁରାଣ୍ଟ ଏବଂ ମଲଗୁଡ଼ିକୁ ମଧ୍ୟ ରାତି ୧୦ଟାରେ ବନ୍ଦ କରିବାକୁ କହିଛନ୍ତି।

Comments are closed.