Odisha Link
Bridging the Missing Links in Odisha

ପେଟ୍ରୋଲ୍‌-ଡିଜେଲ୍ ଏସ୍‌ଟି ଅନ୍ତର୍ଭୁକ୍ତ ହେବନି‌: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: କିଛି ଦିନ ହେବ ଦେଶରେ ଲଗାତର ତୈଳ ଦର ବୃଦ୍ଧି ପାଉଛି। ଏହାକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏବେ ପେଟ୍ରୋଲ୍‌, ଡିଜେଲ୍, ବିମାନର ଇନ୍ଧନ ଓ ପ୍ରାକୃତିକ ଗ୍ୟାସକୁ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ଅନ୍ତର୍ଭୁକ୍ତ କରିବାର କୗେଣସି ଯୋଜନା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ ହୋଇଥିଲା।

ଏହି ଅବସରରେ ପ୍ରେସ୍ କନଫରେନ୍ସ କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି। ୨୦୧୭ ମସିହା ଜୁଲାଇ ୧ ତାରିଖରେ ଜିଏସଟିକୁ ଉପସ୍ଥାପନା କରାଯାଇଥିଲା। ସେ ସମୟରେ ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସଟି ବାହାରେ ରଖାଯାଇଥିଲା।

କାରଣ ଏଥିରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ୱ ପାଇଥାନ୍ତି। କେନ୍ଦ୍ର ସରକାର ଏହା ଉପରେ ଲଗାଇଥିବା ଏକ୍ସାଇଜ ଡ୍ୟୁଟିରୁ ଲାଭ ପାଉଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏଥିରୁ ମୁକ୍ତି ମିଳିବନି। ସେହିପରି ରାଜ୍ୟ ସରକାର ଭାଟ୍ ନେଉଛନ୍ତି। ସମୟ କ୍ରମେ ଏକ୍ସାଇଜ ଡ୍ୟୁଟି ସହ ଟିକସରେ ମଧ୍ୟ ବୃଦ୍ଧି ଘଟୁଛି।

ଅନ୍ୟପଟେ ଟିକସ ଜମାରୁ ନ କମିବା ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ କଞ୍ଚା ମାଲରେ ବୃଦ୍ଧି ଯୋଗୁଁ ପେଟ୍ରାଲ୍ ଓ ଡିଜେଲ୍ ଭଳି ତୈଳ ଦରର ମୂଲ୍ୟ ଆକାଶ ଛୁଆଁ ବଢିବାରେ ଲାଗିଛି। ଯେଉଁଥିପାଇଁ ପେଟ୍ରାେଲିୟମ୍ ପଦାର୍ଥକୁ ଜିଏସଟି ଅନ୍ତଭୁର୍କ୍ତ କରିବା ଲାଗି ଦାବି ଜୋର ଧରୁଛି।

Comments are closed.