Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ ଗାଇଡଲାଇନ ଜାରି

ପିପିଲି: ଆସନ୍ତା କାଲି ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା। ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ ପିପିଲିରେ ଉପ ନିର୍ବାଚନ। ଉପନିର୍ବାଚନ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ମୁତାବକ, କୋଭିଡ଼ କଟକଣାରେ ଭୋଟ ଗ୍ରହଣ କରାଯିବ। ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ। ଏଥିସହ ଭୋଟିଂ ପାଇଁ ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍ କରାଯିବା ବ୍ୟବସ୍ଥା କରାଯାଇଛି। ଭୋଟିଂ ସମୟରେ ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲିରେ ଉପ ନିର୍ବାଚନ ହେବ। ଏନେଇ ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦କୁ ଧାର୍ଯ୍ୟ କରାଯାଇଛି। ସେହିପରି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩କୁ ଧାର୍ଯ୍ୟ କରାଯାଇଛି। ମେ ୨ ତାରିଖରେ ଭୋଟ ଗଣତି ଓ ରେଜଲ୍ଟ ପ୍ରକାଶ ପାଇବ।

Comments are closed.