Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲି ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ନନ୍ଦିଗ୍ରାମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ରାଲିରେ ଉପରକୁ ଆକ୍ରମଣ। ଏହି ଆକ୍ରମଣରେ ବିଜେପିର ଜଣେ କର୍ମକର୍ତ୍ତା ଗୁରୁତର ଆହତ ହୋଇଛନ୍ତି।

ଆକ୍ରମଣରେ ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ପୁରନ୍‌ ଚନ୍ଦ୍ର ପାତ୍ରଙ୍କର ମୁଣ୍ଡ ଫାଟିଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ସାଧାରଣ ସଭାରେ ସାମିଲ ହୋଇଥିଲେ।

ଆହତ କର୍ମକର୍ତ୍ତାଙ୍କୁ ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଏହାପରେ ଧର୍ମେନ୍ଦ୍ର ପ୍ରଧାନ ଅର୍ଦ୍ଧ ସାମରିକ ବଳର ସଂଖ୍ୟା ବୃଦ୍ଧି କରି ନିରପେକ୍ଷ ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି।

Comments are closed.