Odisha Link
Bridging the Missing Links in Odisha

ଲାପଟପ୍‌ ବଦଳରେ ମିଳିବ ୩୦ ହଜାର ଟଙ୍କା

ଭୁବନେଶ୍ୱର : ଯୁକ୍ତ ୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ପରିବର୍ତ୍ତେ ମିଳିବ ଟଙ୍କା। ଚଳିତବର୍ଷରୁ ଲାପଟପ୍‌ ବଦଳରେ ୩୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ ।

ଏଥିପାଇଁ ମେଧାବୀ ଛାତ୍ରଛାତ୍ରୀ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ ୧୮ ତାରିଖ ଥିଲା। ଏହାକୁ ବୁଧବାର ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଉଚ୍ଚଶିକ୍ଷା ବିଭାଗର ୱେବ୍‌ସାଇଟ୍‌ www.dhe.odisha.gov.in ରେ ଉପଲବ୍ଧ ଥିବା ବିଭାଗ ଦର୍ଶାଇଛି।

ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ବିଭାଗର ୱେବସାଇଟ୍‌ରେ ଉପଲବ୍ଧ ହେବ । ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ଟଙ୍କା ପ୍ରଦାନ କରାଯିବ। ପରେ ବଳକା ରାଶି ବ୍ୟାଙ୍କ ଆକାଉଣ୍ଟରେ କମା ହେବ । ଜୁନ୍‌ ୩୦ ସୁଦ୍ଧା ପର୍ଯ୍ୟାୟକ୍ରମେ ଛାତ୍ରଛାତ୍ରୀଙ୍କୁ ଏହି ରାଶି ଦିଆଯିବ ବୋଲି ବିଭାଗ ଦର୍ଶାଇଛି।

ପ୍ରକାଶ ଯେ, ୨୦୧୩ ମସିହାରୁ ରାଜ୍ୟର ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ପ୍ରଦାନ କରାଯାଉଛି । ଚଳିତବର୍ଷରୁ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ‘ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର୍‌ (ଡିବିଟି)’ ମାଧ୍ୟମରେ ଅର୍ଥ ରାଶି ପ୍ରଦାନ କରାଯିବ ।

Comments are closed.