Odisha Link
Bridging the Missing Links in Odisha

ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ମାସରେ ଲମ୍ବା ସମୟ ଧରି ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ୧୦ରୁ ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ମଧ୍ୟରୁ ୮ଟି ଛୁଟି ବିଭିନ୍ନ ପର୍ବପର୍ବାଣୀ ପାଇଁ ଥିବାବେଳେ ଅବଶିଷ୍ଟ ୬ଟି ଛୁଟି ୪ଟି ରବିବାର ଓ ୨ୟ ଓ ୪ର୍ଥ ଶନିବାର ଯୋଗୁଁ ମିଳିବ। ୧୪ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଲେ ଦେଶବ୍ୟାପୀ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।

ତେବେ ରାଜ୍ୟ ଭିତ୍ତିରେ ଏସବୁ ଛୁଟି କମ ବେଶୀ ହୋଇପାରେ। ଏପ୍ରିଲ ୨ରେ ଗୁଡ ଫ୍ରାଇଡେ ଯୋଗୁଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ। ଏପ୍ରିଲ ୫ରେ ବାବୁ ଜଗଜ୍ଜିବନ ରାମ ଜୟନ୍ତୀ ଯୋଗୁଁ କେବଳ ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୩ରେ ଗୁଡ଼ି ପର୍ବ ଯୋଗୁଁ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୪ରେ ଓଡ଼ିଶା ସମେତ ତାମିଲନାଡ଼ୁରେ ନବବର୍ଷ ପାଇଁ ବ୍ୟାଙ୍କ ବନ୍ଦ ରହିବ।

Comments are closed.