Odisha Link
Bridging the Missing Links in Odisha

ଏପରି ଏକ ସହର ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି ନିଜସ୍ବ ବିମାନ

କ୍ୟାଲିଫର୍ଣ୍ଣିଆ: ବିଶ୍ବରେ ଏଭଳି ଏକ ସହର ରହିଛି ଯେଉଁଠାରେ ପ୍ରତ୍ୟେକ ଲୋକଙ୍କ ପାଖରେ ରହିଛି ନିଜସ୍ବ ବିମାନ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ସତ। ଏକମାତ୍ର ସହର ଯେଉଁଠି ପ୍ରତ୍ୟେକ ଲୋକଙ୍କ ଘର ସାମନାରେ ଥିବା ହ୍ୟାଙ୍ଗରରେ ବିମାନକୁ ଦେଖିବାକୁ ମିଳେ। ଆମେରିକାର କ୍ୟାଲିଫର୍ଣ୍ଣିଆରେ ଏହି ବିମାନ ସହର ରହିଛି।

ଏହି ସହରର ଲୋକମାନେ ଅଫିସ୍‌କୁ ଯିବା ପାଇଁ ମଧ୍ୟ ସେମାନଙ୍କର ବିମାନ ବ୍ୟବହାର କରନ୍ତି। ଏହି ସହରରେ ରହୁଥିବା ଅଧିକାଂଶ ଲୋକ ପାଇଲଟ୍ ଅଟନ୍ତି। ଏପରି ପରିସ୍ଥିତିରେ ବିମାନ ରହିବା ସାଧାରଣ କଥା। ଏହା ବ୍ୟତୀତ ଏହି ସହରରେ ଡାକ୍ତର, ଓକିଲ ଇତ୍ୟାଦି ଅଛନ୍ତି, କିନ୍ତୁ ଏହି ଲୋକମାନେ ବିମାନ ରଖିବାକୁ ମଧ୍ୟ ଭଲ ପାଆନ୍ତି। ଏହି ସହରରେ ରହୁଥିବା ଲୋକମାନେ ବିମାନକୁ ଏତେ ଭଲ ପାଆନ୍ତି ଯେ ପ୍ରତ୍ୟେକ ଶନିବାର ସକାଳେ ସମସ୍ତେ ଏକତ୍ରିତ ହୋଇ ସ୍ଥାନୀୟ ବିମାନ ବନ୍ଦରକୁ ଯାଆନ୍ତି।

ହାୱାଇ ସହରରେ ବିମାନର ମାଲିକ ହେବା ଏକ କାରର ମାଲିକାନା ସହିତ ସମାନ। ଏହି ସହରର ସଡକ ଖୁବ୍ ଚଉଡା, ଯାହାଫଳରେ ପାଇଲଟ୍ ଏହାକୁ ରନଓ୍ବେ ଭାବରେ ବ୍ୟବହାର କରିପାରିବେ। ବିମାନର ପଙ୍ଖାର ଯେପରି କିଛି କ୍ଷତି ନହୁଏ, ସେଥିପାଇଁ ସଡକରେ ସଙ୍କେତ ଓ ଲେଟରବକ୍ସକୁ ସାଧାରଣଠାରୁ ଟିକେ ଅଧିକ ଉପରେ ଲଗାଯାଇଥାଏ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସହରରେ ସଡକର ନାମ ବିମାନର ଭଳି ଦିଆଯାଇଥାଏ, ଯେପରିକି ବୋଇଂ ରୋଡ୍।

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକା ବିମାନ ଜାହାଜର ପରିଚାଳନାକୁ ଖୁବ୍ ବଢାଇ ଦେଇଥିଲା ଓ ଏଥିପାଇଁ ଦେଶରେ ବହୁ ବିମାନ ବନ୍ଦର ତିଆରି କରାଯାଇଥିଲା। ସେଠାରେ ପାଇଲଟର ସଂଖ୍ୟା ୧୯୩୯ରେ ୩୪,୦୦୦ ଥିଲା, ଯାହାକି ୧୯୪୬ ପର୍ଯ୍ୟନ୍ତ ବଢି ୪,୦୦,୦୦୦ରୁ ଅଧିକ ହୋଇଯାଇଥିଲା।

Comments are closed.