Odisha Link
Bridging the Missing Links in Odisha

ଜରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ, ୪ ଗୁରୁତର

ଅନୁଗୁଳ: ରବିବାର ସକାଳୁ ସକାଳୁ ଅନୁଗୁଳ ଜରପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ୟାସ୍‌ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବଲପୁରରୁ ଏକ ଆମ୍ବୁଲାନ୍ସ ରୋଗୀ ନେଇ ଭୁବନେଶ୍ବର ଯାଉଥିଲା। ହେଲେ ଅନୁଗୁଳ ଜରପଡ଼ା ନିକଟରେ ଆମ୍ବୁଲାନ୍ସ ଓ ଗ୍ୟାସ୍‌ ଟ୍ୟାଙ୍କର ଧକ୍କା ହୋଇଥିଲା। ଯାହାଫଳରେ ଗାଡ଼ିରେ ଥିବା ୪ଜଣଙ୍କ ମୃତ୍ୟୁ ହୋଇଥିବା ୪ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ତଥ୍ୟ ହସ୍ତଗତ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Comments are closed.