Odisha Link
Bridging the Missing Links in Odisha

୨ ତାରିଖରେ ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୨ ତାରିଖରେ ଓଡ଼ିଶା ଆସୁଛନ୍ତି ଉପ-ରାଷ୍ଟ୍ରପତି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରକାଶ ଯେ, ଏପ୍ରିଲ ୨ ତାରିଖ ଦିନ ୧୧ଟା ୧୫ରେ ଉପରାଷ୍ଟ୍ରପତି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ।

ଏହାପରେ ୨ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନରେ ଯୋଗଦେବେ। ସେହିପରି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ ସେ ଓଡ଼ିଶା ଆସୁଛନ୍ତି।

୩ ତାରିଖରେ ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ୩ ତାରିଖ ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.