Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ୫୦୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ପୁଣେ : ମହାରାଷ୍ଟ୍ର ପୁଣେର କ୍ୟାମ୍ପ ଅଞ୍ଚଳରେ ଫ୍ୟାଶନ ଷ୍ଟ୍ରିଟରେ ମାର୍କେଟରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ମାତ୍ରେ ମାର୍କେଟରେ ପ୍ରବଳ ଧୂଆଁ ଦେଖାଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫୦୦ରୁ ଅଧିକ ଛୋଟ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ଦମକଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପ୍ରକାଶ ଯେ, ପୁଣେର ଏମଜୀ ରୋଡସ୍ଥିତ ଏହି ଫ୍ୟାଶନ ଷ୍ଟ୍ରିଟ ମାର୍କେଟ ସପିଂଙ୍ଗ ପାଇଁ ବେଶ ପ୍ରସିଦ୍ଧ।

ଏଠାରେ ପୋଷାକ, ଜୋତା ଚପଲ, ଚଷମା ଓ ଅନ୍ୟାନ୍ୟ ସମସ୍ତ ଆବଶ୍ୟକୀୟ ଜିନିଷ ମିଳିଥାଏ। ଭିଡ କାରଣରୁ ଦମକଳ କର୍ମଚାରୀଙ୍କୁ ଉକ୍ତ ଅଞ୍ଚଳରେ ପହଞ୍ଚିବାକୁ ଖୁବ କଷ୍ଟ କରିବାକୁ ପଡିଥିଲା।

Comments are closed.