Odisha Link
Bridging the Missing Links in Odisha

ଆତ୍ମସମର୍ପଣ କଲେ ୨ ମାଓବାଦୀ

ମାଲକାନଗିରି: ୨ ମାଓବାଦୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ବାଡା ଜିଲ୍ଲା ଏସପି ଅଭିଷେକ ପଲ୍ଲବ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ଘୋଷଣା କରିଥିଲେ।

ସେମାନେ କହିଛନ୍ତି, ମାଓ ସଂଗଠନରେ ଭେଦଭାବ , ଅତ୍ୟାଚାରରେ ନିରାଶ ହୋଇ ସଂଗଠନର ହାତ ଛାଡିଥିବା ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସରକାର ପକ୍ଷରୁ ୧୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ପ୍ରକାଶ ଯେ, ସରକାରଙ୍କମାଓବାଦୀ ଥଇଥାନ ଅଭିଯାନରେ ପ୍ରଭାବିତ ହୋଇ ଏବେ ସୁଦ୍ଧା ୮୬ ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୩୨୪ ମାଓବାଦୀ ଆତ୍ମସମର୍ପଣ କରିଥିବା ପୁଲିସ ସୂଚନା ଦେଇଛି।

Comments are closed.