Odisha Link
Bridging the Missing Links in Odisha

ମୂର୍ତ୍ତି ଖସି ସେବାୟତ ଆହାତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଛି। ଉଗ୍ର ନୃସିଂହ ମନ୍ଦିରରୁ ପଥର ଖସି ସେବାୟତ ଆହତ ହୋଇଛନ୍ତି। ଉଗ୍ର ନୃସିଂହଙ୍କ କୋଳରେ ଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ସୂଚନା ମିଳିଛି।

ମନ୍ଦିରରେ ଉପସ୍ଥିତ ଥିବା ସେବାୟତ କୁନୁ ମହାପାତ୍ରଙ୍କ ଗୋଡରେ ଆଘାତ ଲାଗିଥିବା ସୂଚନା ମିଳିଛି।ପ୍ରକାଶ ଯେ, ଆଜି ସକାଳେ ସେବାୟତ କୁନୁ ମହାପାତ୍ର  ମନ୍ଦିରରେ ଉଗ୍ର ନୃସିଂହଙ୍କୁ ବସ୍ତ୍ର ପରିଧାନ କରାଉଥିଲେ। ହଠାତ୍ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ସେବାୟତଙ୍କ ଡାହାଣ ଗୋଡରେ ମାଡ ହୋଇଥିଲା।

ଆଘାତପ୍ରାପ୍ତ ହୋଇ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର କଟକ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି।ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ  ମନ୍ଦିର ପ୍ରଶାସନ ପକ୍ଷରୁ ବହନ କରାଯିବ ବୋଲି ଜଣାଯାଇଛି ।

Comments are closed.