Odisha Link
Bridging the Missing Links in Odisha

ରବିବାର ଦିନ ଲକଡାଉନ୍ ଘୋଷଣା କଲେ ସରକାର

ଭୋପାଳ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସରକାର ମଧ୍ୟପ୍ରଦେଶର ୧୨ ସହରରେ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।

ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର, ରତଲାମ, ଖରଗୋନ୍, ଛିନ୍ଦଓ୍ୱାଡା, ବୈତୁଲ, ବିଦିଶା, ଉଜ୍ଜୟୀନ, ଗ୍ୱାଲିଅର, ନରସିଂହପୁର ଓ ସୌସରରେ ପ୍ରତି ରବିବାର ପୂର୍ଣ୍ଣ ଲକଡାଉନ୍ ରହିବ।

ସୂଚନାଯୋଗ୍ୟ, ଶନିବାର ମଧ୍ୟପ୍ରଦେଶରେ ୨୧୪୨ଟି ମାମଲା ସାମ୍ନାକୁ ଆସିଥିଲା। ଏହାସହ ୧୦ ଜଣ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଇଥିଲେ। ରାଜ୍ୟରେ ଏବେ କରୋନାରେ ୧୨ ହଜାର ୯୯୫ଟି ସକ୍ରିୟ କେସ୍ ଥିବା ବେଳେ ପଜିଟିଭିଟି ହାର ୮ ପ୍ରତିଶତରେ ପହଁଚିଛି।

Comments are closed.