Odisha Link
Bridging the Missing Links in Odisha

ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ

ଭୁବନେଶ୍ୱର: ରାଜ୍ୟରେ ଡ୍ରପ୍ ଆଉଟ ହାର ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ରାଜ୍ୟରେ ଡ୍ରପ୍ ଆଉଟ ହାର ୪.୭୫ ପ୍ରତିଶତ ରହିଛି। ୨୦୧୮-୧୯ରେ ଡ୍ରପ୍ ଆଉଟ ହାର ୬.୯୩ ପ୍ରତିଶତ ଥିଲା। ଡ୍ରପ୍ ଆଉଟ ହାରରେ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମରେ ରହିଛି।

ଗତବର୍ଷ ନବରଙ୍ଗପୁରରେ ୧୧.୨୧% ଥିବାବେଳେ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ଡ୍ରପ୍ ଆଉଟ ହାର ୧୨.୩୫ ପ୍ରତିଶତ ହୋଇଛି। ଦ୍ୱିତୀୟରେ ମାଲକାନଗିରି ଜିଲ୍ଲାରେ ଡ୍ରପ୍ ଆଉଟ ହାର ୧୩% ରହିଛି । ତୃତୀୟରେ ରହିଛି ଗଜପତି ଜିଲ୍ଲାରେ ଡ୍ରପ୍ ଆଉଟ୍ ହାର ୯.୩୮% ରହିଛି। ଏହା ପଛକୁ ରହିଛି କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲା ରହିଛି।

Comments are closed.