Odisha Link
Bridging the Missing Links in Odisha

ମିସେସ୍ ଫେମିନା ପ୍ରତିଯୋଗୀତା, ଶ୍ରେଷ୍ଠ ୧୦ରେ ଓଡ଼ିଆ ବୋହୂ

ଭଦ୍ରକ: ଚମିକିଲେ ଓଡ଼ିଆ ବୋହୂ। ମିସେସ୍ ଫେମିନା ପ୍ରତିଯୋଗୀତାରେ ଭାଗ ନେଇଛନ୍ତି ଓଡ଼ିଆ ବୋହୂ ଇପ୍ସିତା ପ୍ରିୟଦର୍ଶିନୀ। ସାରା ଭାରତର ପ୍ରାୟ ୫୦ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମେ ଟପ୍ ୨୦ରେ ନିଜ ସ୍ଥାନ ପାଇଥିଲେ ଏହି ଓଡ଼ିଆଣୀ। ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଭୋଟିଂ ପାଇ ସେ ଶ୍ରେଷ୍ଠ ୧୦ରେ ନିଜ ସ୍ଥାନ ପକ୍କା କରିଛନ୍ତି ଓଡ଼ିଆ ବୋହୂ ଇପ୍ସିତା ପ୍ରିୟଦର୍ଶିନୀ।

ଇପ୍ସିତା ପ୍ରିୟଦର୍ଶିନୀ କଟକ ଜିଲ୍ଲାରେ ଜନ୍ମିତ ଇପ୍ସିତା ଭଦ୍ରକ ଭଣ୍ଡାରୀପୋଖରୀ ବିଡିଓ ବିଜୟ ସାହୁଙ୍କ ଝିଅ। ପେସାରେ ସଫ୍ଟୱେୟାର ଇଞ୍ଜିନିୟର କିନ୍ତୁ ନିଶା ମଡେଲିଙ୍ଗ। ପାଠ ସହ କଳା ପ୍ରତି ଥିବା ଆକର୍ଷଣ ପାଇଁ ବହୁ ପ୍ରତିଯୋଗିତାରେ ସେ ଭାଗ ନେଇ ଗୌରବ ଆଣିଛନ୍ତି। ସ୍କୁଲ ପ୍ରତିଯୋଗିତାରୁ ଏବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡିଆଙ୍କ ନାକୁ ଗୌରାବାନ୍ଵିତ କରିଛନ୍ତି ଈପ୍ସିତା ପ୍ରିୟଦର୍ଶିନୀ।

ମିସେସ୍ ଫେମିନା ମୁକୁଟ ମଧ୍ୟ ନିଶ୍ଚିତ ଭାବେ ଓଡ଼ିଶାକୁ ଆଣିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ରାଉଣ୍ଡ ପରେ ରାଉଣ୍ଡ ଆୟୋଜିତ ହେଉଛି। ଅଳ୍ପ ଦିନରେ ବିଜେତାଙ୍କ ନାମ ଘୋଷଣା ହେବ।

Comments are closed.