ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ: ଫ୍ୟାମିଲି କୋର୍ଟରେ ହାଜର ହେଲେ ଓଲିଉଡ ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବ। ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଳତରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ। ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଛି ଏହି ମାମଲା।
ପାରିବାରିକ ବିବାଦ ମାଲାରେ ପତ୍ନୀ ବର୍ଷା କଟକ ଫ୍ୟାମିଲି କୋର୍ଟରେ ଆବେଦନ କରିଥିବା ବେଳେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ କରିଥିଲେ ଆବେଦନ। ପରେ ଏହି କେସକୁ କଟକ ସ୍ଥାନାନ୍ତର ନେଇ ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବର୍ଷା।
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା କଟକ ସ୍ଥାନାନ୍ତର ହୋଇଥିଲା। ସେପଟେ ଆଜି ପ୍ରଥମ ଥର ପାଇଁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ଆଜି ହାଜର ହେବାକୁ ଉଭୟଙ୍କୁ ନୋଟିସ ଜାରି କରାଯାଇଥିଲା।