Odisha Link
Bridging the Missing Links in Odisha

କରୋନା ନୂଆ ଗାଇଡଲାଇନ: ବିବାହରେ ଭୋଜି ବଦଳରେ ପ୍ୟାକେଟ ଖାଦ୍ୟ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି। ଯାହା ଏବେ ନିନ୍ତାଜନକ ପରିସ୍ଥିତ ସୃଷ୍ଟି କରିଛି। ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି। ଏଣିକି କରୋନା ପାଇଁ ବିବାହ ଭୋଜି ବଦଳରେ ପରିବେଷଣ ହେବ ପ୍ୟାକେଟ ଖାଦ୍ୟ।

ପ୍ୟାକେଟ ଖାଦ୍ୟ ପରିବେଷଣ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ କୋଭିଡ କଟକଣାରେ ଆଉ କିଛି ନୂଆ ନିୟମ ଲାଗୁ କରାଯାଇଛି। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲାପାଳ ନୂଆ ନିୟମ ଲାଗୁ କରିଛନ୍ତି।

ବିବାହ ଉତ୍ସବରେ ୧୦୦ ଜଣ ଅତିଥିଙ୍କ ଉପସ୍ଥିତି ଲାଗି ଅନୁମତି ଦିଆଯାଇଛି। ଏଥିସହ ବିବାହ ଭୋଜିରେ ପ୍ୟାକେଟ ଖାଦ୍ୟ ପରିବେଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.