Odisha Link
Bridging the Missing Links in Odisha

ଆଜିଠୁ ପଞ୍ଜାବରେ ନାଇଟ କର୍ଫ୍ୟୁ ଲାଗୁ

ଚଣ୍ଡୀଗଡ଼: ପୁଣି ଅଣାୟତ୍ତ କଲାଣି ମହାମାରୀ କରୋନା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତ ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ କର୍ପ୍ୟୁ ଜାରି କରାଯାଇଛି।

ଏହି ନାଇଟ କର୍ପ୍ୟୁ ଆଜି ରାତିରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରତିଦିନ ୮ଘଣ୍ଟା ପାଇଁ ଲାଗୁ ହେବ। ନାଇଟ କର୍ପ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ କରାଯାଇଛି। ପଞ୍ଜାବ ସରକାର ରାଜ୍ୟରେ ରାଜନୈତିକ ସଭା ଉପରେ ବି ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।