ରାଜଧାନୀରୁ ୧୨୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ୧୨୦ କେଜି ଗଞ୍ଜେଇ ଜବତ।ବହୁ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ। ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। କଳିଙ୍ଗନଗର ଏକ ଭଡ଼ାଘରୁ ୧୨୦ କେଜି ଗଂଜେଇ ଜବତ କରାଯାଇଛି। ଘରଭଡ଼ା ନେଇ ଚୋରା ଚାଲାଣ କରୁଥିବା ୩ ମହିଳା ଓ ୨ ପୁରୁଷଙ୍କ ଗିରଫ କରିଛି ପୁଲିସ।
ଜବତ ଗଂଜେଇର ଆନୁମାନିକ ଦାମ୍ ୧୦ ଲକ୍ଷ। ୨ ବିହାରୀ ଯୁବକଙ୍କୁ ଏଥିରେ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡ଼ା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ପଠା ହେଉଥିଲା ଗଞ୍ଜେଇ। ପୁଲିସ୍ ସନ୍ଦେହରୁ ବଞ୍ଚିବା ପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ।